ଦିବ୍ୟାଙ୍କାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ବ୍ୟାଣ୍ଡ୍ ବାଜା ବାରାତ୍
ଟେଲି ଦୁନିଆର ଲୋକପ୍ରିୟ ନାୟିକା ବିଦ୍ୟାଙ୍କା ତ୍ରିପାଠୀଙ୍କ ଏକ୍ସ ବୟଫ୍ରେଣ୍ଡ୍ ଶରଦ ମଲହୋତ୍ରା ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ଫ୍ୟାଶନ୍ ଡିଜାଇନର୍ ରିପସୀ ଭାଟିୟାଙ୍କ୍ ସହିତ ଶରଦ ବିବାହ କରିବେ । ଶରଦ ରିପସୀଙ୍କୁ ଡେଟ୍ କରି ଆସୁଥିଲାବେଳେ ଖୁବ୍ ଶୀଘ୍ର ଏହି ଲର୍ଭବାର୍ଡ଼ ହାତକୁ ଦି ହାତ ହେବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏ ସମ୍ପର୍କରେ କୌଣସି ଔପଚାରିକ ଖବର ମିଳିନାହିଁ । ଆସନ୍ତା ଏପ୍ରିଲ୍ ମାସରେ ମୁମ୍ବାଇରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇପାରେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଛୋଟ ପରଦାର ଶୋ’ ‘ବନୁ ମେ ତେରି ଦୁଲହନ୍’ରୁ ଦିବ୍ୟାଙ୍କା ଓ ଶରଦ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । କିନ୍ତୁ ଅନସ୍କ୍ରୀନ୍ର ଯୋଡ଼ି ଦିବ୍ୟାଙ୍କା ଓ ଶରଦଙ୍କ ଅଫସ୍କ୍ରୀନ୍ ରିଲେସନ୍ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା । ଖୁବ୍ ଶିଘ୍ର ସେମାନଙ୍କର ବ୍ରେକ୍ଅପ୍ ଖବର ଶୁଣିବାକୁ ମିଳିଥିଲା । ଏହାପରେ ଦିବ୍ୟାଙ୍କା ଅଭିନେତା ବିବେକଙ୍କୁ ତାଙ୍କର ଜୀବନସାଥି ଭାବେ ବାଛିଥିଲେ ।