ଗ୍ରେନେଡ୍ ଆକ୍ରମଣ, ୨ ଯବାନ ସମେତ ୪ ଆହତ

ଶ୍ରୀନଗର(ଏଜେନ୍ସି): ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପୁଣି ଆତଙ୍କବାଦୀ ମାତିଛନ୍ତି। ଏଥର ସିଧାସଳଖ ଟାର୍ଗେଟ୍‌ କରିଥିଲେ ସିଆରପିଏଫ ଯବାନ ଓ ଅଧିକାରୀଙ୍କୁ। ସାଧାରଣରେ ଆତଙ୍କ ଖେଳାଇ ଅଶାନ୍ତି ସୃଷ୍ଟି କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା ବୋଲି ଅନୁମାନ କରାଯାଉଛି। ତେବେ ଆତଙ୍କବାଦୀମାନେ ସିଧାସଳଖ ଗ୍ରେନେଡ୍‌ ମାଡ଼ କରିଥିଲେ। ଫଳରେ ୨ ଜଣ ସାଧାରଣ ଜନତା ଓ ୨ଯବାନ ଆହତ ହୋଇଛନ୍ତି। ଲାଲଚୌକ ନିକଟାଞ୍ଚଳ ସି-୧୭୧ ବାଟାଲିୟନ ନିକଟରେ ଯବାନମାନେ ନିୟୋଜିତ ଥିବାବେଳେ ଗ୍ରେନେଡ ମାଡ଼ ହୋଇଥିଲା। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସୁରକ୍ଷାଅଧିକାରୀ ସର୍ଚ୍ଚ ଅପରେସନ ଜାରି ରଖିଥିବା ସୂଚନା ମିଳିଛି। ସିଆରପିଏଫ ଆଇଜି ଆରଏସ୍‌ ସହି କହିଛନ୍ତି ଯେ ରବିବାର ବଜାରରେ ଲୋକଙ୍କ ଗହଳି ଲାଗିରହିଥିବାବେଳେ ଗ୍ରେନେଡ ଆକ୍ରମଣ ହୋଇଥିଲା। ତେବେ ସମ୍ପୃକ୍ତ ଅଞ୍ଚଳରେ କଡ଼ା ତନାଘନା ଚାଲୁରହିଥିବା ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *