ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡ଼ ୨୦୧୯
ଚଳିତମାସ ୭ ତାରିଖରେ କାଲିଫର୍ଣ୍ଣିଆର ବ୍ରେଭେରି ହିଲଟନ୍ଠାରେ ୭୬ତମ ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡ଼ ଉତ୍ସବର ଶୁଭାରମ୍ଭ ହୋଇଛି । ‘କଲର୍ସ ଇନ୍ଫିନିଟି’, ‘କମେଡ଼ି ସେଣ୍ଟ୍ରାଲ୍ ଇଣ୍ଡିଆ’ ଓ ‘ଭିଏଚ୍ ୧ ଇଣ୍ଡିଆ’ ଚ୍ୟାନେଲ୍ରେ ଏହି ଉତ୍ସବର ଲାଇଭ୍ ଟେଲିକାଷ୍ଟ୍ କରାଯାଉଛି ।
ଆୱାର୍ଡ଼ ଶୋ’ରେ ଲେଡି ଗାଗା ‘ଏ ଷ୍ଟାର୍ ଇଜ୍ ବର୍ନ’ ପାଇଁ ଓରିଜିନାଲ୍ ମ୍ୟୁଜିକ୍ କାଟାଗୋରିରେ ସମ୍ମାନିତ ହୋଇଛନ୍ତି । ଏହି ଉତ୍ସବରେ ସମ୍ମାନିତ ହୋଇଥିବା ଅନ୍ୟ କଳାକାରମାନେ ହେଉଛନ୍ତି –
୧- ଶ୍ରେଷ୍ଠ ଫିଲ୍ମ – ଡ୍ରାମା ବିଭାଗ ଅନୁଯାୟୀ ‘ବୋହିମିୟନ୍ ରାପ୍ସୋଡି’
୨- ଶ୍ରେଷ୍ଠ ଅଭିନେତା – ରାମୀ ମାଲେକ୍ (ଫିଲ୍ମ – ବୋହିମିୟନ୍ ରାପ୍ସୋଡି)
୩- ଶ୍ରେଷ୍ଠ ଅଭିନେତ୍ରୀ – ଗ୍ଲେନ୍ କ୍ଲୋଜ୍ (ଫିଲ୍ମ – ଦ ୱାଇଫ୍)
୪- ବେଷ୍ଟ କମେଡ଼ି – ମ୍ୟୁଜିକାଲ୍ ବା କମେଡ଼ି ବିଭାଗ ଅନୁଯାୟୀ ‘ଗ୍ରୀନ୍ ବୁକ୍’
ଏହା ବ୍ୟତୀତ ଖ୍ରୀଷ୍ଟିଆନ୍ ବାଲେ (ଫିଲ୍ମ – ଭାଇସ୍), ଅଲିଭିଆ କୋଲ୍ମ୍ୟାନ୍ (ଦ ଫେବରିଟ୍) ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଆଲ୍ଫନ୍ସା କ୍ୟୁରୋନ୍ଙ୍କ ତାଙ୍କ ଫିଲ୍ମ ‘ରୋମା’ ପାଇଁ ସମ୍ମାନିତ କରାଯାଇଥିଲା ।