ଗଣତି ଦିନ: ରାଜ୍ୟକୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ନୋଟିସ୍‌, ସତର୍କ ରୁହ

ଭୁବନେଶ୍ଵର, (ଓଟି): କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭୋଟ୍‌ ଗଣତି ଦିନ ହିଂସା, ଉତ୍ତେଜନା, ସାମ୍ପ୍ରଦା୍ରିକ ଉତ୍ତେଜନା ବା ଅନ୍ୟ କୌଣସି ଅଘଟଣା ଘଟିବାର ଆଶଙ୍କା କରାଯାଇଛି। ଏଣୁ କୌଣସି ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ଲାଗି ପ୍ରସ୍ତୁତ ରହିବାକୁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ସତର୍କ କରାଯାଇଛି। ପ୍ରତିଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଡିଜି ପୁଲିସଙ୍କୁ ଗୃହ ମନ୍ତ୍ରଣାଳୟ ଏହିପରି ସତର୍କବାଣୀ ଜାରି କରିଛନ୍ତି।

ଏଥିରେ କୁହାଯାଇଛି ଯେ, କୌଣସି ମୁହୂର୍ତ୍ତରେ ବି ବିଶୃଙ୍ଖଳା ଉପୁଜିପାରେ। ହିଂସା, ଉତ୍ତେଜନା ହୋଇପାରେ। ଏଣୁ କୌଣସି ବି ମୁହୂର୍ତ୍ତରେ ଶାନ୍ତି, ସୌହାର୍ଦ୍ୟବଜାୟ ରଖିବାକୁ ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରୁ।

ଏହି ଚିଠି ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସତର୍କ କରାଇବା ସହ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *