ଏହି ୩ଟି ରାଶିର ବ୍ୟକ୍ତି ପିନ୍ଧନ୍ତୁ ନାହିଁ ସୁନା ମୁଦି, ସୃଷ୍ଟି ହୋଇପାରେ ସମସ୍ୟା

ଜୀବନରେ ବିଫଳତା ଲାଗିରହିଲେ କିମ୍ବା କୌଣସି ସମସ୍ୟା ସୃଷ୍ଟି ହେଲେ ଅନେକ ବ୍ୟକ୍ତି ଜ୍ୟୋତିଷଶାସ୍ତ୍ରର ସାହାରା ନେଇଥାନ୍ତି । ସମସ୍ୟାର ସମାଧାନ ଦିଗରେ ଜ୍ୟୋତିଷମାନେ ବିଭିନ୍ନ ପ୍ରକାର ଉପାୟ କହିଥାନ୍ତି । ସେସବୁ ମଧ୍ୟରୁ ଗୋଟିଏ ଉପାୟ ହେଉଛି ରାଶି ଅନୁଯାୟୀ ବିଭିନ୍ନ ଧାତୁରେ ରତ୍ନପଥର ଲଗାଇ ମୁଦି କରି ପିନ୍ଧିବା । ରାଶି ଅନୁଯାୟୀ ଆଉ କିଛି ବ୍ୟକ୍ତିଙ୍କୁ ସୁନା ମୁଦି ପିନ୍ଧିବା ପାଇଁ ଜ୍ୟୋତିଷମାନେ ବାରଣ କରିଥାନ୍ତି । ସେହି ୩ଟି ରାଶି ହେଉଛି କର୍କଟ, କନ୍ୟା ଓ ମୀନ ।

ଏହି ୩ ରାଶିର ବ୍ୟକ୍ତି ସୁନା ମୁଦି ପିନ୍ଧିବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୁନା ମୁଦି ଦ୍ୱାରା ଏହି ୩ଟି ରାଶି ଉପରେ କେଉଁସବୁ କୁପ୍ରଭାବ ପଡ଼ିଥାଏ । –
୧- କର୍କଟ
ସବୁ କାମ ବିଳମ୍ବରେ ସମ୍ପୂର୍ଣ୍ଣ ହୋଇଥାଏ । କାର୍ଯ୍ୟକ୍ଷେତ୍ରରେ ଅନେକ ବାଧାବିଘ୍ନର ସମ୍ମୁଖିନ ହୋଇଥାନ୍ତି । ପାରିବାରିକ କଳହ ଓ ସମାଜର କେତେକ କ୍ଷେତ୍ରରେ ସମ୍ମାନହାନୀ ହୋଇପାରେ
୨- କନ୍ୟା

ଏହି ରାଶିର ବ୍ୟକ୍ତିମାନେ ସୁନାମୁଦି ପିନ୍ଧିବା ଦ୍ୱାରା ବ୍ୟବସାୟରେ କ୍ଷତି ହୋଇଥାଏ । ସ୍ୱାସ୍ଥ୍ୟ ସମସ୍ୟା ଓ ଆର୍ଥିକ ସଙ୍କଟ ଦେଖାଯାଏ ।
୩- ମୀନ
ସୁନା ମୁଦି ପିନ୍ଧିବା ଦ୍ୱାରା ପେଟ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଅନେକ କ୍ଷେତ୍ରରେ ନିଜ ଲୋକ ଶତ୍ରୁ ହୋଇପାରନ୍ତି । ଅଧିକ ପରିଶ୍ରମ କରିବା ପରେ କମ୍ ଫଳପ୍ରାପ୍ତି ହୋଥାଏ । ଜୀବନରେ ସୁଖଶାନ୍ତି ହ୍ରାସ ହୋଇଥାଏ ।

Leave a Reply

Your email address will not be published. Required fields are marked *