୧୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, (ଓଟି) : ରାଜ୍ୟର ୧୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମଧ୍ୟ ଉପକୂଳ ଓଡ଼ିଶା ଏବଂ ଏହାର ସଂଲଗ୍ନ ବଙ୍ଗୋପସାଗରରେ ଲଘୁଚାପର ପ୍ରକୋପ ଜାରି ରହିଥିବାରୁ ଆସନ୍ତା ୮ ତାରିଖ ଯାଏ ଏହିପରି ପାଗ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଖୋର୍ଦ୍ଧା, ନୟାଗଡ, ପୁରୀ, ଢ଼େଙ୍କାନାଳ, ଗଞ୍ଜାମ, କନ୍ଧମାଳ, ରାୟଗଡା, ଗଜପତି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର , ବୌଦ ଏବଂ ସୋନ୍ପୁରରେ ଗୁରୁବାର ରୁ ରବିବାର ଅର୍ଥାତ୍ ୮ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ମଧ୍ୟ ଉପକୂଳ ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ଲଘୁଚାପ ସୃଷ୍ଟି ହୋଇ ଦୁଇ ଦନ ଧରି ସ୍ଥିର ରହିବା ଫଳରେ ଗୁରୁବାର ରାତିରୁ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଷୟରେ ଲଘୁଚାପ ସହିତ ସେହି ଅଂଚଳରେ ସମୁଦ୍ର ପତନରୁ ୭.୬ କିମି ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁଁ ବର୍ଷାର ପ୍ରଭାବ ଲାଗି ରହିବ ବୋଲି ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।











